Friday, April 15, 2016

ବାଲେଶ୍ୱର ଜିଲ୍ଲାର କିଛି ଟିହାଇଁବା ଗୀତ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ତୁଚ୍ଛାକୁ ଏତେ 
ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ?


ଛି' ଲୋ ଛତୁ
ମେଘ ବରଷିଲେ କେତେ ଫୁଚନ୍ତୁ ।


ଏଇ କଥାକୁ
ନାଆ ପେଲିଦେଲି କଲିକତାକୁ ।


ବଗ ଧାନ କୁଟିବୁ କି ?
ମୋ  ନଳୀଗୋଡ଼ ଭାଙ୍ଗିଯିବ ।
ବଗ ମାଛ ଖାଇବୁ କି ?
ତହିଁକି ଗୋସାଇଁ ଆଗ ।


ଓସ୍ତ ପତର ଝୁଲୁଚି 
ବୁଲି ବାହାହେବା ଲାଗି ଫୁଲୁଚି ।


କଇଁଆ ପତରେ ଛାଇଲି ଘର 
ମୋଘ ବରଷଇ ଦ'ର ଦର ।


ତୁମ ପରି କିଏ ହେବ । 
ଉଡ଼ିଯାଉଥିବା ସୁନା ଚଢ଼େଇକି 
ଧରିଆଣି କିଏ ଦେବ ।


ଦାସେ
ପାଣିରେ ପଡ଼ିଲେ ମାସେ 
ପାଣି ହେଲା ହେମ କାକର 
ଦାସେ ହେଲେ ବୁଢ଼ା ମାଙ୍କଡ଼ ।


ବାମହୁଣ
ଖରାକୁ ର'ଣ ଝଣ 
ଯେଉଁଠି ଦେଖିଲେ ଚୂଡ଼ାପାଣି 
ସେଇଠି ହେଲେ ହଣାହଣି ।

ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।

No comments:

Post a Comment